Divine Light Online

ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ

ସ୍ନେହମୟୀ ମା, ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ ?

ହେ ! ମୋର ଶିଶୁ … ତୁ ଯେପରି ମୋତେ ପଚାରୁଛୁ କୁକୁର ଓ ବିରାଡ଼ି ମଧ୍ୟରେ କି ପାର୍ଥକ୍ୟ !

(ଦୀର୍ଘ ନୀରବତା)

ମନେକର ଜଣେ ଲୋକ କୌଣସି ଉପାୟରେ ଶୁଣିବାକୁ ପାଇଛି ଯେ ଭଗବାନ୍ ବୋଲି ଜଣେ କେହି ଅଛନ୍ତି କିଂବା ଅନୁଭବ କରିଛି ଯେ ସେହିଭଳି କିଛି କଥା ରହିଛି ଏବଂ ସେହି ଭଗବାନଙ୍କୁ ପାଇବା ଲାଗି, ସେ କିଏ ତାଙ୍କୁ ଆବିଷ୍କାର କରିବା ଲାଗି, ତାଙ୍କ ସହ ପରିଚିତ ହେବା ଲାଗି, ତାଙ୍କ ସହ ଯୁକ୍ତ ହେବା ଲାଗି ସବୁପ୍ରକାର ପ୍ରଚେଷ୍ଟା ଯଥା : ସଂକଳ୍ପ, ସଂଯମ, ଏକାଗ୍ରତା ଆଦି ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରିଛି । ତା’ହେଲେ ଏ କ୍ଷେତ୍ରରେ ଆମେ ଏହି ଲୋକଙ୍କୁ କହିବା ଯେ ସୁନ୍ଦର ଭାବେ ଭିତରେ ଯୋଗ କରୁଛି ।

ବର୍ତ୍ତମାନ ଯଦି ଏହି ଲୋକ ସେ ଅବଲମ୍ବନ କରିଥିବା ସମସ୍ତ ପ୍ରଣାଳୀକୁ ଲେଖ ନିଏ ଓ ସେସବୁକୁ ନେଇ ଏକ ଧରାବନ୍ଧା ପଦ୍ଧତି ଗଠନ କରେ ଏବଂ ଯାହା ସେ ଆବିଷ୍କାର କରିଛି ତାକୁ ଏକ ଅଖଣ୍ଡ ନିୟମ ରୂପେ ପ୍ରତିଷ୍ଠା କରେ – ଉଦାହରଣ ସ୍ଵରୂପ, ସେ କହେ : ଭଗବାନ୍ ଏହିଭଳି, ଭଗବାନଙ୍କୁ ପାଇବାକୁ ହେଲେ ତୁମକୁ ଏଇଆ କରିବାକୁ ହେବ, ଏଇପ୍ରକାର ନିର୍ଦ୍ଦିଷ୍ଟ ଅଙ୍ଗଭଙ୍ଗୀ କରିବାକୁ ହେବ, ଏଇପ୍ରକାର ମନୋଭାବ ନେବାକୁ ହେବ, ଏଇସବୁ ଉତ୍ସବ ଅନୁଷ୍ଠାନ କରିବାକୁ ହେବ ଏବଂ ତୁମକୁ ସ୍ବୀକାର କରିବାକୁ ହେବ ଯେ ଏଇ ହେଉଛି ଏକ ମାତ୍ର ସତ୍ୟ, ତୁମକୁ କହିବାକୁ ହେବ, ମୁଁ ଏହାକୁ ଏକମାତ୍ର ସତ୍ୟ ରୂପେ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରୁଛି; ଏବଂ ତୁମର ପଦ୍ଧତି ଏକମାତ୍ର ଯଥାର୍ଥ ପଦ୍ଧତି, ଏହାଛଡ଼ା ଅନ୍ୟ ପଦ୍ଧତି ନାହିଁ – ଯଦି ଏହିସବୁ କଥା ଲେଖ ଦିଆଯାଏ, ବ୍ୟବସ୍ଥିତ କରାହୁଏ, ନିର୍ଦ୍ଦିଷ୍ଟ ନିୟମ ଓ କ୍ରିୟାନୁଷ୍ଠାନ ଆଦିରେ ସଜ୍ଜିତ କରାଯାଏ, ତା’ହେଲେ ଏହା ଏକ ଧର୍ମରେ ପରିଣତ ହୁଏ ।

– ଶ୍ରୀମା

ଧର୍ମ

ଧର୍ମ ମାନବସମାଜର ଉଚ୍ଚତର ମନର ଅନ୍ତର୍ଭୁକ୍ତ । ଏହା ହେଉଛି ମଣିଷର ଉଚ୍ଚତର ମନର ତା’ଠାରୁ ଅତୀତ ହୋଇଥିବା କିଛି

ଯୋଗସାଧନା କରିବାର ସଂକଳ୍ପ

ତୁମେ ଦେଖ, ଜଣେ ବ୍ୟକ୍ତିର ଖୁବ୍ ସଦିଚ୍ଛା ଥାଇପାରେ, ଦିବ୍ୟ ଉପଲବ୍ଧି ଦିଗରେ ଜୀବନଟା ପରିଚାଳିତ ହୋଇଥାଇପାରେ, ଯାହା ବି

ପଥ ନିମନ୍ତେ ଏକ ଆହ୍ଵାନ

ତୁମେ ଯୋଗ-ସାଧନା କାହିଁକି କରିବାକୁ ଚାହଁ ? ଶକ୍ତିଲାଭ କରିବାକୁ ? ଶାନ୍ତି ଏବଂ ସ୍ଥିରତା ଲାଭ କରିବାକୁ ?

ଯୋଗର ଦୁଇଟି ପଥ

ଯୋଗ ସାଧନାର ଦୁଇଟି ପଥ । ଗୋଟିଏ ହେଉଛି ତପସ୍ୟା (discipline) ଏବଂ ଅନ୍ୟଟି ସମର୍ପଣ । ତପସ୍ୟାର ପଥ

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ଏକ ମହାନ୍ ଦୁଃସାହସିକ ଅଭିଯାନ

ଆମ୍ଭେମାନେ ଏକ ବିଶେଷ ଅସାଧାରଣ ଅବସ୍ଥା, ଅତିଶୟ ଅସାଧାରଣ ସ୍ଥିତି ମଧ୍ୟରେ ଆସି ପହଞ୍ଚିଛୁ, ଯାହାର ଦୃଷ୍ଟାନ୍ତ ନାହିଁ । ଆମ୍ଭେମାନେ ବର୍ତ୍ତମାନ ଏକ ନୂତନ ପୃଥିବୀର ଜନ୍ମୋତ୍ସବ ଅବଲୋକନ କରୁଛୁ । ଏହା

ସନ୍ୟାସୀର ମାର୍ଗ

ମା, ଆତ୍ମ-କର୍ତ୍ତୃତ୍ଵ ଲାଗି ସନ୍ୟାସୀର ପ୍ରଣାଳୀ ଅବଲମ୍ବନ କରିବା କ’ଣ ସମୟେ ସମୟେ କାର୍ଯ୍ୟରେ ଲାଗେ ନାହିଁ ? ନା ! ତା’ ଦ୍ଵାରା ତୁମେ କିଛି ବି ନିରାମୟ କରି ପାରି ନାହିଁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମର୍ପଣ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମର୍ପଣ ହେଉଛି ତୁମ ସ୍ୱଭାବର, ତୁମ ସତ୍ତାର ଧାରାର ସମର୍ପଣ ଯାହାଫଳରେ ତାହା ପରିବର୍ତ୍ତନ ହୋଇପାରିବ । ତୁମେ ଯଦି ତୁମ ନିଜ ପ୍ରକୃତିକୁ ସମର୍ପଣ ନ କର ତା’ହେଲେ ସେ

ବିନମ୍ର ହେବାର ଠିକ୍ ଓ ଭୁଲ୍ ମାର୍ଗ କ’ଣ ?

ଏକଥା ବହୁତ ସରଳ । ଯେତେବେଳେ ଲୋକମାନଙ୍କୁ କୁହାଯାଏ ବିନମ୍ର ହୁଅ’, ସେମାନେ ସଙ୍ଗେ ସଙ୍ଗେ ଭାବନ୍ତି ‘‘ଲୋକମାନଙ୍କ ନିକଟରେ ବିନମ୍ର ହେବାକୁ’ ଏବଂ ସେହି ବିନମ୍ରତା ଭୁଲ୍ । ଯଥାର୍ଥ ବିନମ୍ରତା ହେଉଛି

ବିଚାର ବୁଦ୍ଧିକୁ ପ୍ରଭୁ ହେବାକୁ ହେବ

ଏକଥା ପିଲାଦିନଠାରୁ ଶିକ୍ଷା କରିବା ଭଲ ଯେ ଏକ ସଫଳ ଜୀବନଯାପନ ନିମନ୍ତେ ଏବଂ ଶରୀର ଯାହା ଦେବାକୁ ସକ୍ଷମ ସେଥିରୁ ସବୁଠୁ ବେଶୀ କଥା ଆଦାୟ କରିବା ନିମନ୍ତେ ବିଚାର ବୁଦ୍ଧି ଗୃହଟିର

No more posts to show