Divine Light Online

ସ୍ନେହମୟୀ ମା, ଗୋଟିଏ ଶିଶୁକୁ ଆମେ ସବୁବେଳେ କିଛି ଚାହିଁବାର ଅଭ୍ୟାସକୁ ଅତିକ୍ରମ କରିବାରେ କିପରି ସାହାଯ୍ୟ କରିପାରିବୁ ?

ଏଥିଲାଗି ବହୁବିଧ ଉପାୟ ରହିଛି । କିନ୍ତୁ ପ୍ରଥମେ ତୁମକୁ ଜାଣିବାକୁ ହେବ ଯେ ସେ ଯାହା ଚିନ୍ତା କରୁଛି ଓ ଅନୁଭବ କରୁଛି ସେସବୁକୁ ମୁକ୍ତ ଭାବରେ ପ୍ରକାଶ କରିବାରେ ଯେପରି ବାଧା ନ ଦିଅ । କାରଣ ସାଧାରଣତଃ ଲୋକମାନେ ଏଇ କଥା କରିଥା’ନ୍ତି । ସେମାନେ ସମୟେ ସମୟେ ଶିଶୁମାନଙ୍କୁ ଗାଳି ଦେଇଥା’ନ୍ତି ଓ ଏପରିକି ମାରିଥା’ନ୍ତି ମଧ୍ୟ । ତେଣୁ ଶିଶୁ ନିଜର ଇଚ୍ଛାକୁ ଲୁଚାଇ ରଖିବାର ଅଭ୍ୟାସ କରେ । କିନ୍ତୁ ସେସବୁ ବ୍ୟାଧିରୁ ସେ ଆରୋଗ୍ୟ ଲାଭ କରି ନ ଥାଏ । ଦେଖ, ସବୁବେଳେ ଯଦି ତାକୁ କୁହାଯାଏ, “ନା, ତୁ ସେକଥା ପାଇବୁ ନାହିଁ’, ତା’ହେଲେ କ’ଣ ହୁଏନା ଏହି ପ୍ରକାରର ମାନସିକ ଅବସ୍ଥା – “ଆଃ, ଯେତେବେଳେ ତୁମେ ଛୋଟ ଥାଅ ଲୋକମାନେ ତୁମକୁ କିଛି ଦିଅନ୍ତି ନାହିଁ ! ତୁମକୁ ବଡ଼ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଯେତେବେଳେ ମୁଁ ବଡ଼ ହେବି ସେତେବେଳେ ମୁଁ ଯାହା ଚାହୁଁଛି ସବୁ ପାଇବି” – ଏହି ଧାରଣା ଶିଶୁ ମଧ୍ୟରେ ପ୍ରତିଷ୍ଠିତ ହୋଇଯାଏ । କଥାଟି ଏହିପରି ଆକାର ଧାରଣ କରିଥାଏ । କିନ୍ତୁ ଏହା ସେମାନଙ୍କୁ ବ୍ୟାଧ ମୁକ୍ତ କରି ନ ଥାଏ । ଗୋଟିଏ ଶିଶୁକୁ ଲାଳନ ପାଳନ କରିବା ବହୁତ କଷ୍ଟ । ଗୋଟିଏ ଉପାୟ ଅଛି, ତାହା ହେଉଛି ସେ ଯାହା ଚାହେଁ ତାକୁ ତାହା ଦେଇ ଦେବା । ଏହା ଫଳରେ ସ୍ବାଭାବିକ ଭାବେ ସେ ପର ମୁହୁର୍ତ୍ତରେ ଆଉ କିଛି କଥା ଚାହିଁବ । କାରଣ ତାହାହିଁ ହେଉଛି ନିୟମ, କାମନାର ନିୟମ, କେବେ ବି ସନ୍ତୁଷ୍ଟ ନ ହେବା । ତେଣୁ ଯଦି ଶିଶୁଟି ବୁଦ୍ଧିମାନ୍ ଥାଏ, ତୁମେ ତାକୁ କହିପାର, “କିନ୍ତୁ ଦେଖ, ତୁ ଏଇ କଥାଟି ପାଇବା ଲାଗି ଏତେ ଜିଦ୍ କଲୁ, ଏବେ ସେ କଥାଟି ପ୍ରତି ତୋର ଆଉ ଟିକିଏ। ଖାତିର ନାହିଁ, ଅନ୍ୟ କଥା ଚାହିଁଲୁଣି ।” ତଥାପି ଶିଶୁଟି ଯଦି ବହୁତ ଚାଲାକ ହୋଇଥାଏ, ତେବେ ସେ ଉତ୍ତର ଦେଇପାରେ, “ତା’ହେଲେ ମୋତେ ବାସନାମୁକ୍ତ କରିବାର ସର୍ବୋତ୍ତମ ଉପାୟ ହେଉଛି ମୁଁ ଯାହା ଚାହୁଁଛି ତା’ ଦେଇ ଦେବା ।”

କେତେକ ଲୋକ ଏହି ଧାରଣାକୁ ସାରା ଜୀବନ ପୋଷଣ କରିଥା’ନ୍ତି । ଯେତେବେଳେ ସେମାନଙ୍କୁ କୁହାଯାଏ କାମନାକୁ ଅତିକ୍ରମ କରିବା ଉଚିତ, ସେତେବେଳେ ସେମାନେ କହନ୍ତି, “କାମନାକୁ ଅତିକ୍ରମ କରିବାର ସହଜତମ ଉପାୟ ହେଉଛି ସେ ସବୁକୁ ପୂରଣ କରିବା ।” ଏହି ପ୍ରକାରର ଯୁକ୍ତି ନିଷ୍ପାପ ନିର୍ଦ୍ଦୋଷ ବୋଧ ହୁଏ । କିନ୍ତୁ କଥାଟି ହେଉଛି କାମନାର ବସ୍ତୁଟିକୁ ବଦଳାଇଲେ ହେବ ନାହିଁ, ବଦଳାଇବାକୁ ହେବ କାମନାର ପ୍ରବୃତ୍ତି, କାମନାର ଗତିବୃତ୍ତିକୁ । ଏଥିଲାଗି ପ୍ରଚୁର ଜ୍ଞାନ ଆବଶ୍ୟକ ଯାହାକି ଏକ କମ୍ ବୟସର ଶିଶୁ ପକ୍ଷରେ ବହୁତ କଷ୍ଟସାଧ୍ୟ ।

ବାସ୍ତବ ପକ୍ଷରେ ବୋଧହୁଏ, ତୁମେ କାମନାର ଗତିବୃଦ୍ଧିକୁ ଲାଭ କରିବା ପାଇଁ ଯଥାର୍ଥ ଦୃଷ୍ଟିକୋଣରୁ ଅପେକ୍ଷାକୃତ ଉତ୍ତମ ଓ ଅଧିକ କଷ୍ଟକର ବସ୍ତୁ ପ୍ରତି ଘୂରାଇ ଦେଇ କାର୍ଯ୍ୟଟିକୁ ଆରମ୍ଭ କରିବା ଉଚିତ । ଯଦି ତୁମେ ଏହି କାମନାର ପ୍ରବେଗକୁ ଅନ୍ୟ ଏକ ଦିଗରେ ଘୂରାଇ ଦେଇପାର… ଉଦାହରଣ ସ୍ଵରୂପ, ଯେତେବେଳେ ଜଣେ ଶିଶୁ କାମନାରେ-ଭରପୂର ହୋଇଥାଏ, ଯଦି ତୁମେ ସମ୍ପୂର୍ଣ୍ଣ ରୂପେ ଭୌତିକ ବସ୍ତୁ ପ୍ରତି, ପୂରାପୂରି କ୍ଷଣିକ ସନ୍ତୋଷ ପ୍ରତି କାମନାର ସ୍ଥାନରେ ତା’ ମଧ୍ୟରେ ଉଚ୍ଚତର ବସ୍ତୁ ପ୍ରତି କାମନାର ଉଦ୍ରେକ କରିପାର, ତୁମେ କଥାଟା ବୁଝି ପାରୁଥିବ, ଯଦି ତୁମେ ତା’ ମଧ୍ୟରେ ଜାଣିବାର କାମନା, ଶିକ୍ଷା କରିବାର କାମନା, ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିରେ ପରିଣତ ହେବାର କାମନା ଜାଗ୍ରତ୍ କରିପାର… ଏହିପରି ଭାବରେ; ଏଇଥିରୁ ଆରମ୍ଭ କର । ଯେହେତୁ ଏସବୁ କଥା କରିବା କଷ୍ଟ, ତେଣୁ ସେ ଧୀରେ ଧୀରେ ତା’ର ସଂକଳ୍ପଶକ୍ତିକୁ ବୃଦ୍ଧି କରିବାରେ ଲାଗିବ । ଅଥବା ଭୌତିକ ଦୃଷ୍ଟି କୋଣରୁ ସେ ଏପରି କିଛି କରିବାକୁ ଇଚ୍ଛା କରିବ ଯାହାକି କଷ୍ଟସାଧ୍ୟ । ଉଦାହରଣ ସ୍ୱରୂପ ସେ ଗୋଟିଏ କଣ୍ଢେଇ ତିଆରି କରିବ ଯାହାକୁ ତିଆରି କରିବା କଷ୍ଟ – କିଂବା ତାକୁ ବହୁତ ଅଧ୍ୟବସାୟ ଆବଶ୍ୟକ ହେଉଥିବା ଧୈର୍ଯ୍ୟ-ଖେଳ ଦେଇପାର ।

ଯଦି ସେମାନଙ୍କୁ ନିର୍ଦ୍ଦିଷ୍ଟ ଦିଗରେ ପରିଚାଳିତ କରା ଯାଇପାରେ – ଏହା ବହୁତ ବିଚାର, ବହୁତ ଧୈର୍ଯ୍ୟ ଆବଶ୍ୟକ କରେ, କିନ୍ତୁ କରା ଯାଇପାରେ ଯଦି ସେମାନଙ୍କୁ ଏହିପରି କିଛି ଏକ ଦିଗରେ, କଷ୍ଟସାଧ୍ୟ ପ୍ରତ୍ୟେକଟି ଖେଳରେ କିଂବା ବହୁତ ଏକାଗ୍ରତା ଓ ସତର୍କତା ଆବଶ୍ୟକ କରୁଥିବା କୌଣସି କିଛି କଥାରେ ସଫଳତା ଲାଭ କରିବା ଦିଗରେ ପରିଚାଳିତ କରାଯାଇ ହୁଏ ଏବଂ ଏହିପରି କୌଣସି ଦିଗରେ ସେମାନଙ୍କୁ ଠେଲି ଦିଆଯାଏ, ତା’ହେଲେ ଏହା ସେମାନଙ୍କ ମଧ୍ୟରେ ଏକ ଅଧ୍ୟବସାୟଯୁକ୍ତ ସଂକଳ୍ପ ବୃଦ୍ଧି କରେ ଓ ଫଳରେ ଏହା ଉତ୍ତମ ପରିଣାମ ସୃଷ୍ଟି କରେ : କେତେକ କଥାରୁ ଓ ଅନ୍ୟମାନଙ୍କଠାରୁ ତା’ର ଏକାଗ୍ରତାକୁ ବଦଳାଇ ଦିଆ ଯାଇଥାଏ । ଏହା ନିରନ୍ତର ପ୍ରୟାସ ଆବଶ୍ୟକ କରିଥାଏ ଓ ଏହା ଜଣା ପଡ଼େ, ମୁଁ ଏହା ସହଜତମ ବୋଲି କହୁ ନାହିଁ, କାରଣ ନିଶ୍ଚିତ ରୂପେ ଏହା ସହଜ ନୁହେଁ ମାତ୍ର ସବୁଠାରୁ ଫଳପ୍ରଦ ଉପାୟ ।

– ଶ୍ରୀମା

କାମନା ତ୍ୟାଗ କର

ବୁଦ୍ଧଦେବ କହିଛନ୍ତି ଯେ ଗୋଟିଏ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ତାକୁ ଜୟ କରିବାରେ ବୃହତ୍ତର ଆନନ୍ଦ ରହିଛି ।

ଛୋଟ ଛୋଟ ବିଜୟ ହାସଲ କର

ଯଦି ଆନ୍ତର ଚେତନା ଓ ଜ୍ଞାନର ଉଦ୍ୟମ ବଳରେ ତୁମେ ନିଜ ଭିତରେ ଯଥାର୍ଥରେ ଏକ କାମନା ଉପରେ ବିଜୟଲାଭ

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ପ୍ରବୃତ୍ତିର ସଂଯମ

ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ ଶିକ୍ଷା ଦେବା ଏବଂ ସେଇସବୁ କଥାକୁ କେବଳ ମାନିବାକୁ ଶିକ୍ଷା ଦେବା ଯେଉଁ

ଛୋଟ ଛୋଟ ବିଜୟ ହାସଲ କର

ଯଦି ଆନ୍ତର ଚେତନା ଓ ଜ୍ଞାନର ଉଦ୍ୟମ ବଳରେ ତୁମେ ନିଜ ଭିତରେ ଯଥାର୍ଥରେ ଏକ କାମନା ଉପରେ ବିଜୟଲାଭ କର, ଅର୍ଥାତ୍, ଯଦି ତାକୁ ବିନଷ୍ଟ ବା ନିଶ୍ଚିହ୍ନ କରି ଦିଅ ଏବଂ

ଅଲୌକିକ ଘଟନାର ସ୍ଵପ୍ନ

ଛୋଟ ଥିଲାବେଳେ ଜଣେ ଅଦ୍ଭୁତ ଅଲୌକିକ ଘଟନା ସମ୍ପର୍କରେ ସ୍ଵପ୍ନ ଦେଖେ । ସେ ଚାହେଁ ସମସ୍ତ ଦୁଷ୍ଟାମି ଦୂର ହେଉ, ସବୁକିଛି ସବୁବେଳେ ଜ୍ୟୋତିର୍ମୟ, ସୌନ୍ଦର୍ଯ୍ୟମୟ, ସୁଖମୟ ହୋଇଉଠୁ । ସେତେବେଳେ ସେ

ଉତ୍ସର୍ଗ ବଳରେ ଯୋଗ ସଫଳ ହୁଏ

ଯୋଗ ଅର୍ଥ ଭଗବାନଙ୍କ ସହ ମିଳନ । ଏହି ମିଳନ ସଫଳ ହୁଏ ଉତ୍ସର୍ଗ (offering) ଦ୍ଵାରା । ନିଜକୁ ଭଗବାନଙ୍କ ଚରଣରେ ଉତ୍ସର୍ଗ କରିବାର ଭିତ୍ତି ଉପରେ ଏହା ପ୍ରତିଷ୍ଠିତ ହୋଇଥାଏ, ଆରମ୍ଭରେ

No more posts to show