ବର୍ତ୍ତମାନ ମୁହୁର୍ତ୍ତରେ ପୁଣି ଥରେ ଆମ୍ଭେମାନେ ପୃଥିବୀ ଇତିହାସର ଏକ ନିଷ୍ପଭିମୂଳକ ମୋଡ଼ରେ ଆସି ପହଞ୍ଚିଛୁ । ଚାରି ଦିଗରୁ ମୋତେ ପଚରା ଯାଉଛି, “କ’ଣ ଘଟିବାକୁ ଯାଉଛି ?” ସବୁଆଡ଼େ ନୈରାଶ୍ୟ, ପ୍ରତ୍ୟାଶା, ଭୟ । “କ’ଣ ଘଟିବାକୁ ଯାଉଛି ?”… ଏହାର ଗୋଟିଏ ମାତ୍ର ଉତ୍ତର ରହିଛି : ‘‘ଯଦି ମଣିଷ ଖାଲି ଆଧ୍ୟାତ୍ମିକ ପରିବର୍ତ୍ତନ ପାଇଁ ରାଜି ହୁଅନ୍ତା ।”
ଯଦି କେତେକ ଲୋକ ଶୁଦ୍ଧ ସୁବର୍ଣ୍ଣ ହୋଇ ଯାଆନ୍ତେ ଘଟନାବଳୀର ଗତିପଥ ପରିବର୍ତ୍ତନ କରିବା ପାଇଁ ଏହାହିଁ ଯଥେଷ୍ଟ ହୁଅନ୍ତା… ଏହାର ଆବଶ୍ୟକତା କ’ଣ ଆଜି ଆମେ ଖୁବ୍ ଜରୁରୀ ଭାବରେ ଅନୁଭବ କରୁଛୁ ।
ଏହି ସାହସ, ଏହି ବୀରତ୍ଵ, ଯାହାକି ଭଗବାନ୍ ଆମ୍ଭମାନଙ୍କଠାରୁ ଚାହାନ୍ତି, କାହିଁକି ଆମ୍ଭେମାନେ ନିଜର ଅସୁବିଧା ବିରୋଧରେ ସେସବୁକୁ ବିନିଯୋଗ କରିପାରିବା ନାହିଁ, ଆମର ନିଜର ସମସ୍ତ ଅପୂର୍ଣ୍ଣତା ବିରୋଧରେ ନିଜର ସମସ୍ତ ଅଜ୍ଞତା ବିରୋଧରେ ବ୍ୟବହାର କରିପାରିବା ନାହିଁ ? ଆଭ୍ୟନ୍ତରୀଣ ଶୁଦ୍ଧୀକରଣର ଅଗ୍ନି କୁଣ୍ଡର କାହିଁକି ଆମ୍ଭେମାନେ ସମ୍ମୁଖୀନ ହୋଇ ନ ପାରିବା ଯାହା ଫଳରେ ସେହିସବୁ ବିପୁଳ ଭୟଙ୍କର ଧ୍ଵଂସ ଯାହା ଏକ ସଭ୍ୟତାକୁ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ନେଇ ଡୁବାଇ ଦେଇଛି ତାହାକୁ ଆଉ ଥରେ ସମ୍ମୁଖୀନ ହେବାର ଆବଶ୍ୟକତା ଆଉ ଆମ ପାଇଁ ରୁହନ୍ତା ନାହିଁ ?
ଏହା ହେଉଛି ଆମ ସମ୍ମୁଖର ସମସ୍ୟା । ନିଜ ନିଜ ପଥରେ ଏହାର ସମାଧାନ କରିବା ଆମ ପ୍ରତ୍ୟେକଙ୍କର କାର୍ଯ୍ୟ।
– ଶ୍ରୀମା