Divine Light Online

ଧର୍ମ

ଧର୍ମ ମାନବସମାଜର ଉଚ୍ଚତର ମନର ଅନ୍ତର୍ଭୁକ୍ତ । ଏହା ହେଉଛି ମଣିଷର ଉଚ୍ଚତର ମନର ତା’ଠାରୁ ଅତୀତ ହୋଇଥିବା କିଛି କଥା, ଯାହାକୁକି ମଣିଷଜାତି ଈଶ୍ଵର କିଂବା ଆତ୍ମା କିଂବା ସତ୍ୟ କିଂବା ବିଶ୍ଵାସ କିଂବା ଜ୍ଞାନ କିଂବା ଅନନ୍ତ କିଂବା ଏକ ପରମ ଅଖଣ୍ଡ ଇତ୍ୟାଦିର ଯାହା ମଧ୍ୟରେ ମଣିଷ ମନ ପହଞ୍ଚି ପାରିବ ନାହିଁ, ତଥାପି ପହଞ୍ଚିବା ପାଇଁ ଚେଷ୍ଟା କରେ, ନିଜ ଶକ୍ତି ଅନୁଯାୟୀ ନିକଟବର୍ତ୍ତୀ ହେବାର ଏକ ପ୍ରୟାସ । ବାସ୍ତବ ପକ୍ଷରେ ଆମେ ଧର୍ମ କହିବା ଅପେକ୍ଷା ଧର୍ମସବୁ କହିବା ଅଧିକ ଭଲ ହେବ; କାରଣ ମନୁଷ୍ୟ ଦ୍ଵାରା ସୃଷ୍ଟି ହୋଇଥିବା ଧର୍ମ ଗୋଟିଏ ନୁହେଁ ଅନେକ ।…

ଏଇସବୁ ପ୍ରତିଷ୍ଠିତ ତଥା ବିଧିବଦ୍ଧ ଧର୍ମର ପ୍ରଥମ ଓ ପ୍ରଧାନ ଦଫାରେ ସବୁବେଳେ ଲେଖାଯାଇଥାଏ, “ମୋରି ଧର୍ମ ହେଉଛି ପରମ, ଏକମାତ୍ର ସତ୍ୟ, ଅନ୍ୟସବୁ ଧର୍ମ ମିଥ୍ୟ ଅଥବା ନିକୃଷ୍ଟ ।’’ କାରଣ ଏସବୁ ମୌଳିକ ମତବାଦକୁ ଛାଡ଼ି ପ୍ରତିଷ୍ଠିତ ମତଯୁକ୍ତ ଧର୍ମସବୁ କଦାପି ତିଷ୍ଠି ପାରି ନ ଥାନ୍ତା । ତୁମେ ଯେ କେବଳ ଏକମାତ୍ର ଅଥବା ଉଚ୍ଚତମ ସତ୍ୟକୁ ଧାରଣ କରିଛି ଏକଥା ତୁମେ ବିଶ୍ୱାସ ଓ ଘୋଷଣା ନ କଲେ ତୁମେ ଲୋକମାନଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ ଓ ସେମାନଙ୍କୁ ତୁମ ଚାରିପଟେ ରୁଣ୍ଡ କରାଇ ପାରିବ ନାହିଁ । ଏହି ମନୋଭାବ ଧାର୍ମିକ ମନ ପକ୍ଷରେ ସ୍ବାଭାବିକ; କିନ୍ତୁ ଠିକ୍ ଏଇକଥା ଆଧ୍ୟାତ୍ମିକ ଜୀବନ କ୍ଷେତ୍ରରେ ଧର୍ମକୁ ଏକ ବାଧାରୂପରେ ଠିଆ କରାଏ । ଧର୍ମର ଦଫା ଓ ମତବାଦସବୁ ମନଗଢ଼ା କଥା । ଯଦି ତୁମେ ଏହାକୁ ଜାବୁଡ଼ି ଧର ଏବଂ ତୁମ ପାଇଁ ତିଆରି ହୋଇଥିବା ଜୀବନ-ବିଧ ମଧ୍ୟରେ ନିଜକୁ ଆବଦ୍ଧ କରିଦିଅ ତେବେ ତୁମେ ସବୁକିଛି ବି ତଥା ମତବାଦର ଊଦ୍ଧରେ ଥିବା ବ୍ୟାପକ, ବିଶାଳ, ମୁକ୍ତ ଆତ୍ମାର ସତ୍ୟକୁ ଜାଣ ନାହିଁ କିଂବା ଜାଣି ପାରି ନାହିଁ । ତୁମେ ଯେତେବେଳେ କୌଣସି ଧର୍ମମତରେ ଅଟକି ଯାଅ ଏବଂ ସେଥିରେ ନିଜକୁ ଆବଦ୍ଧ କରିଦିଅ, ଜଗତରେ ଏହାକୁ ଏକମାତ୍ର ସତ୍ୟ ବୋଲି ମାନିନିଅ ସେତେବେଳେ ତୁମେ ତୁମ ଆନ୍ତର ଆତ୍ମାର ଅଗ୍ରଗତି ଓ ବ୍ୟକ୍ତିକୁ ଅବରୁଦ୍ଧ କରିଦିଅ । କିନ୍ତୁ ତୁମେ ଯଦି ଧର୍ମକୁ ଅନ୍ୟ ଏକ ଦୃଷ୍ଟି କୋଣରୁ ଦେଖ ତେବେ ଏହା ସବୁବେଳେ ସବୁଲୋକଙ୍କ ପାଇଁ ଯେ ବାଧା ସୃଷ୍ଟି କରିଥାଏ, ତା’ ନୁହେଁ । ତୁମେ ଯଦି ଏହାକୁ ମଣିଷଜାତିର ଏକ ଉଚ୍ଚତର କ୍ରିୟା ରୂପରେ ଦେଖୁପାର, ଯଦି ତୁମେ ଏହା ମଧ୍ୟରେ ମଣିଷକୃତ ବସ୍ତୁର ଅପୂର୍ଣ୍ଣତାକୁ ଭୁଲି ନ ଯାଇ ମଣିଷର ଏକ ଅଭୀପ୍ସାକୁ ଦେଖର ତେବେ ଏହା ଆଧ୍ୟାତ୍ମିକ-ଜୀବନର ନିକଟବର୍ତ୍ତୀ ହେବା ନିମନ୍ତେ ତୁମ ପାଇଁ ଏକ ସହାୟତାରେ ପରିଣତ ହୋଇପାରେ । ଏହାକୁ ଗୁରୁତ୍ଵପୂର୍ଣ୍ଣ ତଥା ଆନ୍ତରିକ ଭାବେ ଗ୍ରହଣ କଲେ ତୁମେ ଏହା ମଧ୍ୟରେ କି ସତ୍ୟ ନିହିତ ଅଛି, କି ଅଭୀପ୍ସା ଲୁଚି ରହିଛି, କି ଦିବ୍ୟ ଅନୁପ୍ରେରଣା ମାନବିକ ମନ ଓ ମାନବିକ ସଂଗଠନ ଦ୍ବାରା ପରିବର୍ତ୍ତିତ ଓ ବିକୃତ ହୋଇଛି ତାହା ଆବିଷ୍କାର କରି ପାରିବ । ଏବଂ ଏକ ଯଥାଯଥ ମାନସିକ ବିଚାର ଦ୍ଵାରା ତୁମେ ଧର୍ମକୁ ତା’ର ବର୍ତ୍ତମାନ ଅବସ୍ଥା ଭିତରେ ବି ତୁମ ପଥରେ କିଛି ଆଲୋକପାତ କରିବାରେ ଓ ତୁମ ଆଧାର୍ମିକ ସାଧନାରେ ଏକ ସହାୟକ ରୂପେ ବ୍ୟବହାର କରିପାର ।

– ଶ୍ରୀମା

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ଉତ୍ସର୍ଗ ବଳରେ ଯୋଗ ସଫଳ ହୁଏ

ଯୋଗ ଅର୍ଥ ଭଗବାନଙ୍କ ସହ ମିଳନ । ଏହି ମିଳନ ସଫଳ ହୁଏ ଉତ୍ସର୍ଗ (offering) ଦ୍ଵାରା । ନିଜକୁ ଭଗବାନଙ୍କ ଚରଣରେ ଉତ୍ସର୍ଗ କରିବାର ଭିତ୍ତି ଉପରେ ଏହା ପ୍ରତିଷ୍ଠିତ ହୋଇଥାଏ, ଆରମ୍ଭରେ

ଭଗବାନ୍ ସର୍ବତ୍ର ବିଦ୍ୟମାନ । ସେଇଥି ଲାଗି ଜଣେ ଯଦି ମାନବ ସମାଜର ସେବା କରେ ତାହା କ’ଣ ଭଗବାନଙ୍କ ସେବା ହେବ ନାହିଁ ?

ଚମତ୍କାର ! ତୁମେ ଏପରି କହିବାରେ ଏହାହିଁ ସୁସ୍ପଷ୍ଟ ହେଉଛି ଯେ “ଭଗବାନ୍ ତ ମୋ ଭିତରେ ଅଛନ୍ତି । ମୁଁ ଯଦି ମୋ ନିଜର ସେବା କରେ ତା’ ହେଲେ ତାହା ଭଗବାନଙ୍କ

ସନ୍ୟାସୀର ମାର୍ଗ

ମା, ଆତ୍ମ-କର୍ତ୍ତୃତ୍ଵ ଲାଗି ସନ୍ୟାସୀର ପ୍ରଣାଳୀ ଅବଲମ୍ବନ କରିବା କ’ଣ ସମୟେ ସମୟେ କାର୍ଯ୍ୟରେ ଲାଗେ ନାହିଁ ? ନା ! ତା’ ଦ୍ଵାରା ତୁମେ କିଛି ବି ନିରାମୟ କରି ପାରି ନାହିଁ

ବାହ୍ୟ ଶୃଙ୍ଖଳା

କେତେକ ବାହ୍ୟ ଶୃଙ୍ଖଳା କ’ଣ ସାହାଯ୍ୟ କରେ ନାହିଁ ? ଯଦି ତୁମେ ନିଜ ଉପରେ ଏକ ଶୃଙ୍ଖଳା ଆରୋପ କରିବ ଓ ତାହା ଅତିଶୟ ଏକ ନିର୍ବୋଧ ଆଚରଣ ହୋଇ ନ ଥିବ,

ବିନମ୍ର ହେବାର ଠିକ୍ ଓ ଭୁଲ୍ ମାର୍ଗ କ’ଣ ?

ଏକଥା ବହୁତ ସରଳ । ଯେତେବେଳେ ଲୋକମାନଙ୍କୁ କୁହାଯାଏ ବିନମ୍ର ହୁଅ’, ସେମାନେ ସଙ୍ଗେ ସଙ୍ଗେ ଭାବନ୍ତି ‘‘ଲୋକମାନଙ୍କ ନିକଟରେ ବିନମ୍ର ହେବାକୁ’ ଏବଂ ସେହି ବିନମ୍ରତା ଭୁଲ୍ । ଯଥାର୍ଥ ବିନମ୍ରତା ହେଉଛି

No more posts to show