Divine Light Online

ଛୋଟ ଛୋଟ ବିଜୟ ହାସଲ କର

ଯଦି ଆନ୍ତର ଚେତନା ଓ ଜ୍ଞାନର ଉଦ୍ୟମ ବଳରେ ତୁମେ ନିଜ ଭିତରେ ଯଥାର୍ଥରେ ଏକ କାମନା ଉପରେ ବିଜୟଲାଭ କର, ଅର୍ଥାତ୍, ଯଦି ତାକୁ ବିନଷ୍ଟ ବା ନିଶ୍ଚିହ୍ନ କରି ଦିଅ ଏବଂ ଯଦି ଆନ୍ତର ସଦିଚ୍ଛା, ଚେତନା, ଆଲୋକ, ଜ୍ଞାନ ବଳରେ ତୁମେ କାମନାକୁ ଦୂର କରି ଦେଇପାର, ତା’ହେଲେ ତୁମେ ବ୍ୟକ୍ତିଗତ ଭାବରେ ନିଜ ଭିତରେ କାମନାଟିକୁ ସନ୍ତୁଷ୍ଟ କରିଥିଲେ ଯେତେ ଖୁସି ହୋଇଥା’ନ୍ତ ତା’ ଅପେକ୍ଷା ଶହେ ଗୁଣ ଅଧିକ ଖୁସି ହେବ; ଆଉ ତା’ର ମଧ୍ୟ ତୁମ ଉପରେ ଏକ ଚମତ୍କାର ପ୍ରଭାବ ପଡ଼ିବ । ଯେଉଁ ଜଗତ୍ ସମ୍ବନ୍ଧେ ତୁମର ଧାରଣା ନାହିଁ, ସେ ଜଗତ୍ ଉପରେ ଏହାର ପ୍ରଭାବ ପଡ଼ିବ । ଏହି ପ୍ରଭାବ ଧୀରେ ଧୀରେ ବ୍ୟାପକ ହେବ । ଯେଉଁ ସନ୍ଦନ ତୁମେ ସୃଷ୍ଟି କରିଛ ତାହା ବ୍ୟାପକ ହେବାକୁ ଲାଗିବ । ବରଫ ପେଣ୍ଡୁ ପରି ଏହିସବୁ କଥା ବଢ଼ିବାରେ ଲାଗିବ । ଯେଉଁ ବିଜୟ ତୁମେ ତୁମ ଚରିତ୍ରରେ ହାସଲ କଲ ତାହା ଯେତେ ଛୋଟ ହେଉ ନା କାହିଁକି ସମଗ୍ର ଜଗତରେ ତାହା ହାସଲ ହେବାର ସମ୍ଭାବନା ଖୋଲିଯାଏ।…

ଯଦି ତୁମେ ଯଥାର୍ଥରେ କୌଣସି ଉତ୍ତମ କଥା କରିବାକୁ ଚାହୁଁଛ ତେବେ ଏ ଦିଗରେ ଯାହା ସର୍ବୋତ୍ତମ ତାହା ତୁମେ ନିଜ ଭିତରର ଛୋଟ ଛୋଟ ବିଜୟଗୁଡ଼ିକୁ ଗୋଟିକ ପରେ ଗୋଟିଏ ହାସଲ କରି କରିପାରିବ । ଏହି ରୂପେ ଜଗତ୍ ପାଇଁ ତୁମେ ଯେତେଦୂର ସମ୍ଭବ ସେତେ ଅଧିକ କଲ୍ୟାଣ କରିପାରିବ ।

– ଶ୍ରୀମା

କଳା – ଜୀବନଯାପନର

ସାଧାରଣତଃ ତୁମକୁ ବହୁତ କମ୍ କଥା ଶିକ୍ଷା ଦିଆ ଯାଇଥାଏ – ଏପରିକି କିପରି ଶୋଇବାକୁ ହେବ ତା’ ବି

ପ୍ରବୃତ୍ତିର ସଂଯମ

ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ଯୋଗସାଧନା କରିବାର ସଂକଳ୍ପ

ତୁମେ ଦେଖ, ଜଣେ ବ୍ୟକ୍ତିର ଖୁବ୍ ସଦିଚ୍ଛା ଥାଇପାରେ, ଦିବ୍ୟ ଉପଲବ୍ଧି ଦିଗରେ ଜୀବନଟା ପରିଚାଳିତ ହୋଇଥାଇପାରେ, ଯାହା ବି ହେଉ ତାହା କମ୍ ହେଉ କିଂବା ବେଶୀ ହେଉ, ଦିବ୍ୟକର୍ମ ପ୍ରତି ରହିଥାଏ

ଜଣେ ଯେ କି ଖୁବ୍ କମ୍ ଜାଣେ

ଜଣେ ଅଭିଜ୍ଞ ବ୍ୟକ୍ତି ଯେ ସବୁବେଳେ ଜଣେ ସବୁଠୁ ଅଗ୍ରଗତିଶୀଳ ବ୍ୟକ୍ତି – ଏକଥା କୁହାଯାଇ ପାରିବ ନାହିଁ । ସେମାନଙ୍କ ମଧ୍ୟରେ ସରଳତା, ବିନମ୍ରତା ଓ ନମନୀୟତା ଉପାଦାନର ଅଭାବ ଥାଏ ।

ଧର୍ମ

ଧର୍ମ ମାନବସମାଜର ଉଚ୍ଚତର ମନର ଅନ୍ତର୍ଭୁକ୍ତ । ଏହା ହେଉଛି ମଣିଷର ଉଚ୍ଚତର ମନର ତା’ଠାରୁ ଅତୀତ ହୋଇଥିବା କିଛି କଥା, ଯାହାକୁକି ମଣିଷଜାତି ଈଶ୍ଵର କିଂବା ଆତ୍ମା କିଂବା ସତ୍ୟ କିଂବା ବିଶ୍ଵାସ

ସ୍ନେହମୟୀ ମା, ଗୋଟିଏ ଶିଶୁକୁ ଆମେ ସବୁବେଳେ କିଛି ଚାହିଁବାର ଅଭ୍ୟାସକୁ ଅତିକ୍ରମ କରିବାରେ କିପରି ସାହାଯ୍ୟ କରିପାରିବୁ ?

ଏଥିଲାଗି ବହୁବିଧ ଉପାୟ ରହିଛି । କିନ୍ତୁ ପ୍ରଥମେ ତୁମକୁ ଜାଣିବାକୁ ହେବ ଯେ ସେ ଯାହା ଚିନ୍ତା କରୁଛି ଓ ଅନୁଭବ କରୁଛି ସେସବୁକୁ ମୁକ୍ତ ଭାବରେ ପ୍ରକାଶ କରିବାରେ ଯେପରି ବାଧା

ଯଥାର୍ଥ ଆବଶ୍ୟକତା ଓ କାମନା

ଯଥାର୍ଥ ଆବଶ୍ୟକତା ଓ କାମନା ମଧ୍ୟରେ ସୀମାରେଖା ଖୋଜି ପାଇବା ବଡ଼ କଷ୍ଟ ।… ସେ କ୍ଷେତ୍ରରେ ଆମେ ବାସ୍ତବରେ ଏକ ସମସ୍ୟାର ସମ୍ମୁଖୀନ ହେଉ ଯାହାକି ଆମକୁ ଅସାଧାରଣ ଭାବେ ଆନ୍ତରିକ ହେବା

No more posts to show