Divine Light Online

ବିଚାର ବୁଦ୍ଧିକୁ ପ୍ରଭୁ ହେବାକୁ ହେବ

ଏକଥା ପିଲାଦିନଠାରୁ ଶିକ୍ଷା କରିବା ଭଲ ଯେ ଏକ ସଫଳ ଜୀବନଯାପନ ନିମନ୍ତେ ଏବଂ ଶରୀର ଯାହା ଦେବାକୁ ସକ୍ଷମ ସେଥିରୁ ସବୁଠୁ ବେଶୀ କଥା ଆଦାୟ କରିବା ନିମନ୍ତେ ବିଚାର ବୁଦ୍ଧି ଗୃହଟିର ପ୍ରଭୁ ହେବା ଉଚିତ । ଏହା ଯୋଗ କିଂବା ଉଚ୍ଚତର ଉପଲବ୍ଧିର ଏକ କଥା ନୁହେଁ, ଏହା ଏପରି ଏକ କଥା ଯାହାକୁ ପ୍ରତି କ୍ଷେତ୍ରରେ, ପ୍ରତି ସ୍କୁଲରେ, ପ୍ରତି ପରିବାରରେ, ପ୍ରତ୍ୟେକ ଗୃହରେ, ଶିକ୍ଷା ଦିଆଯିବା ଉଚିତ ଯେ ମଣିଷ ଗୋଟିଏ ମାନସିକ ଜୀବ ରୂପରେ ସୃଷ୍ଟି ହୋଇଛି, ତାକୁ ଅତି କମ୍‌ରେ ମଣିଷଟିଏ ହେବାକୁ ହେବ – ଆମେ ଅନ୍ୟ କିଛି ହେବା କଥା କହୁନୁ, ଆମେ କେବଳ ମଣିଷଟିଏ ହେବା କଥା କହୁଛୁ, ଜୀବନ ବିଚାର-ବୁଦ୍ଧି ଦ୍ବାରା ପରିଚାଳିତ ହେବ, ପ୍ରାଣିକ ପ୍ରବୃତ୍ତି ଦ୍ଵାରା ନୁହେଁ । ଏଇକଥା ସବୁପିଲାଙ୍କୁ ଶିଶୁ ଅବସ୍ଥାରୁ ଶିକ୍ଷା ଦିଆଯିବା ଉଚିତ ।… ମଣିଷଟିଏ ଚିନ୍ତା କରିବାକୁ ଆରମ୍ଭ କରିବା ମାତ୍ରେ ତାକୁ ଯେଉଁ ପ୍ରଥମ କଥା ଶିକ୍ଷା ଦିଆଯିବା ଉଚିତ ତାହା ହେଲା ପ୍ରାଣୀମାନଙ୍କ ମଧ୍ୟରେ ଉଚ୍ଚତର ସହଜାତ ପ୍ରବୃତ୍ତି ରୂପେ ବିବେଚିତ ବିଚାର-ବୁଦ୍ଧିକୁ ସେ ମାନି ଚଳିବା ଉଚିତ । ବିଚାର ବୁଦ୍ଧି ହେଉଛି ମଣିଷ ପ୍ରକୃତିର ପ୍ରଭୁ । ତୁମକୁ ବିଚାର ବୁଦ୍ଧିକୁ ମାନି ସହଜାତ ପ୍ରବୃତ୍ତିର କ୍ରୀତଦାସ ହେବାକୁ ସମ୍ପୂର୍ଣ୍ଣ ରୂପେ ମନା କରି ଦେବାକୁ ହେବ । ମୁଁ ଏଠାରେ ତୁମକୁ ଯୋଗ କଥା କହୁ ନାହିଁ, ଆଧ୍ୟାତ୍ମିକ ଜୀବନ କଥା କହୁ ନାହିଁ, ଆଦୌ ନୁହେଁ, ଏହାର ସେସବୁ ସହ କିଛି ସମ୍ପର୍କ ନାହିଁ । ଏହା ମନୁଷ୍ୟ – ଜୀବନର ଏକ ଜ୍ଞାନ, ସମ୍ପୂର୍ଣ୍ଣ ରୂପେ ମନୁଷ୍ୟ ଜୀବନର; ପ୍ରତ୍ୟେକ ମଣିଷ ଯିଏ ବିଚାରବୁଦ୍ଧିକୁ ଛାଡ଼ି ଅନ୍ୟ କିଛିକୁ ମାନି ଚଳେ ସିଏ ଏକ ପ୍ରକାର ପଶୁ , ପ୍ରାଣୀମାନଙ୍କଠାରୁ ମଧ୍ୟ ହୀନ । କଥାଟି ଏଇପରି । ଏକଥା ପ୍ରତ୍ୟେକ କ୍ଷେତ୍ରରେ ଶିକ୍ଷା ଦିଆଯିବା ଉଚିତ; ଏହା ହେଉଛି ଏକ ମୌଳିକ ଶିକ୍ଷା ଯାହା ଶିଶୁମାନଙ୍କୁ ଦିଆଯିବା ଉଚିତ ।

ବିଚାରବୁଦ୍ଧିର ଅବସାନ ସେତିକିବେଳେ ଘଟିବା ଉଚିତ ଯେତେବେଳେ ଚୈତ୍ୟବିଧାନର ଅଭ୍ୟୁଦୟ ଘଟେ, ଯେଉଁ ବିଧାନ କି ଦିବ୍ୟ ଇଚ୍ଛାର ପରିପ୍ରକାଶ ଘଟାଇଥାଏ ।

– ଶ୍ରୀମା

କଳା – ଜୀବନଯାପନର

ସାଧାରଣତଃ ତୁମକୁ ବହୁତ କମ୍ କଥା ଶିକ୍ଷା ଦିଆ ଯାଇଥାଏ – ଏପରିକି କିପରି ଶୋଇବାକୁ ହେବ ତା’ ବି

ପ୍ରବୃତ୍ତିର ସଂଯମ

ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ

ସ୍ନେହମୟୀ ମା, ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ ? ହେ ! ମୋର ଶିଶୁ … ତୁ ଯେପରି ମୋତେ ପଚାରୁଛୁ କୁକୁର ଓ ବିରାଡ଼ି ମଧ୍ୟରେ କି ପାର୍ଥକ୍ୟ !

ଯଥାର୍ଥ ଆବଶ୍ୟକତା ଓ କାମନା

ଯଥାର୍ଥ ଆବଶ୍ୟକତା ଓ କାମନା ମଧ୍ୟରେ ସୀମାରେଖା ଖୋଜି ପାଇବା ବଡ଼ କଷ୍ଟ ।… ସେ କ୍ଷେତ୍ରରେ ଆମେ ବାସ୍ତବରେ ଏକ ସମସ୍ୟାର ସମ୍ମୁଖୀନ ହେଉ ଯାହାକି ଆମକୁ ଅସାଧାରଣ ଭାବେ ଆନ୍ତରିକ ହେବା

ନୈତିକତା କ’ଣ ସାହାଯ୍ୟ କରି ନାହିଁ ?

ସ୍ନେହମୟୀ ମା, ନୈତିକତା କ’ଣ ଆମ ଚେତନାର ଅଭିବୃଦ୍ଧିରେ ସାହାଯ୍ୟ କରି ନାହିଁ ? ତାହା ଲୋକମାନଙ୍କ ଉପରେ ନିର୍ଭର କରେ । କେତେକ ଲୋକ ଅଛନ୍ତି ଯେଉଁମାନଙ୍କ ପକ୍ଷରେ ଏହା ସହାୟକ ହୋଇଥାଏ,

ବିନମ୍ର ହେବାର ଠିକ୍ ଓ ଭୁଲ୍ ମାର୍ଗ କ’ଣ ?

ଏକଥା ବହୁତ ସରଳ । ଯେତେବେଳେ ଲୋକମାନଙ୍କୁ କୁହାଯାଏ ବିନମ୍ର ହୁଅ’, ସେମାନେ ସଙ୍ଗେ ସଙ୍ଗେ ଭାବନ୍ତି ‘‘ଲୋକମାନଙ୍କ ନିକଟରେ ବିନମ୍ର ହେବାକୁ’ ଏବଂ ସେହି ବିନମ୍ରତା ଭୁଲ୍ । ଯଥାର୍ଥ ବିନମ୍ରତା ହେଉଛି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମର୍ପଣ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମର୍ପଣ ହେଉଛି ତୁମ ସ୍ୱଭାବର, ତୁମ ସତ୍ତାର ଧାରାର ସମର୍ପଣ ଯାହାଫଳରେ ତାହା ପରିବର୍ତ୍ତନ ହୋଇପାରିବ । ତୁମେ ଯଦି ତୁମ ନିଜ ପ୍ରକୃତିକୁ ସମର୍ପଣ ନ କର ତା’ହେଲେ ସେ

No more posts to show